• ବିବାହ ଏକ ପବିତ୍ର ବନ୍ଧନ। ସମସ୍ତ ବ୍ୟକ୍ତିମାନେ ଏକ ସୁନ୍ଦର ବ୍ୟକ୍ତିଙ୍କୁ ସଦା ସର୍ବଦା ନିଜର ଜୀବନସାଥି ବାଛିକୁ ଚାହାଁନ୍ତି। କିନ୍ତୁ କନକପୁର ସ୍ଵର୍ଗତ ଅନନ୍ତ ରାଉଳ ଓ ମାଆ କବିତା ରାଉଳଙ୍କ ମଝିଆଁ ଝିଅ ପ୍ରମୋଦିନୀ ଏସିଡ ମାଡ଼ର ଶିକାର ହୋଇଥିଲେ ମଧ୍ୟ ସରୋଜ ତାଙ୍କୁ ବିବାହ କରି ସମସ୍ତଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ବିବାହ ଏସିଡ ମାଡ଼ର ଶିକାର ବ୍ୟକ୍ତିଙ୍କ ପ୍ରତି ଥିବା ହୀନ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହେବ ବୋଲି ମୋର ବିଶ୍ୱାସ । ପ୍ରତି ବ୍ୟକ୍ତି ଭଗବାନଙ୍କର ସନ୍ତାନ, ଆସନ୍ତୁ ଆମେ ପ୍ରତି ମଣିଷକୁ ସମ୍ମାନର ସହ ବଞ୍ଚିବା ପାଇଁ ଏକ ସୁନ୍ଦର ସମାଜ ଗଠନ କରିବାକୁ ଆହ୍ୱାନ କରୁଛି। ଏଥିସହ ନବଦମ୍ପତ୍ତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
    post-img
    Comments: 0 Reposts: 0